
ଏଣେ ନୂଆ ପ୍ରଭାରୀଙ୍କୁ ନେଇ ଉତଫୁଲିତ କଂଗ୍ରେସ ଶିବିର। ବିମାନ ବନ୍ଦରରେ ନୂତନ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ତାରା ପ୍ରସାଦ ବାହିନୀପତିଙ୍କ ସମେତ ବହୁ ବରିଷ୍ଠ ନେତା ଓ ବିଧାୟକଙ୍କ ଉପସ୍ଥିତିରେ ବାଇକ ରାଲି କରି କଂଗ୍ରେସ ଭବନକୁ ପ୍ରଭାରୀଙ୍କୁ ପାଛୋଟି ଆଣିଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ଦଳର ବରିଷ୍ଠ ନେତା ଓ ବିଭିନ୍ନ କମିଟିର ସଦସ୍ୟଙ୍କ ସହ ସଂଗଠନ ଓ ଆସନ୍ତା ନିର୍ବାଚନ ରଣନୀତି ନେଇ ଆଲୋଚନା ହେବ।