
ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପଦକ୍ଷେପ ନେଇଛି ଭାରତୀୟ ନୌସେନା। ନୌସେନାର ଯୁଦ୍ଧ ଜାହାଜ INS ଚେନ୍ନାଇକୁ ସେଠାକୁ ପଠାଯାଇଥିବା ସୂଚନା ମିଳିଛି। ଏନେଇ ଜଣେ ନୌସେନା ଅଧିକାରୀ ସୂଚନା ଦେଇଛନ୍ତି।ଜଣେ ଅଧିକାରୀ କହିଛନ୍ତି ଯେ ‘ହାଇଜାକ୍ ହୋଇଥିବା ଜାହାଜ ‘MV LILA NORFOLK’ ଉପରେ କଡା ନଜର ରଖିଛି ଭାରତୀୟ ନୌସେନା। ସୋମାଲିଆ ଉପକୂଳରୁ ଅପହରଣ ହୋଇଥିବା ଜାହାଜରେ ମୋଟ ୧୫ ଜଣ ଭାରତୀୟ କ୍ରୁ ମେମ୍ବର ଥିଲେ। ସେମାନଙ୍କ ସହ ନିରନ୍ତର ଯୋଗାଯୋଗ ରଖାଯାଇଛି। ବର୍ତ୍ତମାନ ନୌସାନର ଯୁଦ୍ଧ ଜାହାଜ INS ଚେନ୍ନାଇକୁ ସେଠାକୁ ପଠାଯାଇଛି।’