
ଦପଲ୍ଲା ଗ୍ରାମରେ ଏକ ଅପହରଣ ହୋଇଥିବା ନେଇ ଗତ ରାତିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ୧୧୨କୁ ଫୋନ୍ ଆସିଥିଲା। ଘଟଣାର ତଦନ୍ତ ପାଇଁ ଏଏସଆଇ କୁମୁଦ ଭୋଇ ପିସିଆର ଭ୍ୟାନ୍ରେ ନିଜ ଟିମ୍ ନେଇ ଦପଲ୍ଲା ଗ୍ରାମକୁ ଯାଇଥିଲେ ।
ପୁଲିସ୍ ଟିମ୍ ଉକ୍ତ ସ୍କୁଲ ନିକଟରେ ପହଞ୍ଚିବା ପରେ କିଛି ବ୍ୟକ୍ତି ଗାଡ଼ି ଅଟକାଇଥିଲେ। ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ASIଙ୍କୁ ମିଳିତ ଭାବେ ଠେଙ୍ଗାରେ ଆକ୍ରମଣ କରି ଲହୁ ଲୁହାଣ କରି ଫେରାର ହୋଇ ଯାଇଥିଲେ। ତେବେ ତାଙ୍କ ସାଙ୍ଗରେ ଥିବା ଅନ୍ୟ ଦୁଇ ଜଣ ହୋମଗାର୍ଡ ଏବଂ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ।
ଅନ୍ୟପଟେ ଗୁରୁତର ଅବସ୍ଥାରେ ଏଏସଆଇ କୁମୁଦ ଭୋଇଙ୍କୁ ପୁଲିସ୍ ଟିମ୍ ଉଦ୍ଧାର କରି ପ୍ରଥମେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ମେଡିକାଲ ଏବଂ ପରେ ବରଗଡ଼ ବିକାଶ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।