
କୁଳପତି ନିଜ ବିଶେଷ ବ୍ୟକ୍ତିଙ୍କର ପରିବାର ଲୋକଙ୍କୁ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ଦିଆଯାଉଥିବା ଅଭିଯୋଗ ହୋଇଛି। ନିଜର ବିଦ୍ୟାର୍ଥୀକୁ ବିଶ୍ବବିଦ୍ୟାଳୟରେ ଚାକିରି ଦେବା ସହ ଆହେତୁକ ଅନୁକମ୍ପା ଦେଖାଇ ତାଙ୍କର ଦରମା ବୃଦ୍ଧି କରାଯାଉଛି, ଯାହାକି ଅନ୍ୟ କର୍ମଚାରୀମାନଙ୍କ ସହ ପକ୍ଷପାତିତା ହେଉଥିବା ଆନ୍ଦୋଳନରତ କର୍ମଚାରୀମାନେ କହିଛନ୍ତି। ପରୀକ୍ଷା ତାରିଖ ଧାର୍ଯ୍ୟ କରାନଯାଇ ଫର୍ମପୂରଣର ସୂଚନା ପ୍ରକାଶ କରାଯାଉଛି, ଯାହା ଦ୍ବାରା ଦୂରଦୁରାନ୍ତର ବିଦ୍ୟାର୍ଥୀ ଏବଂ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ଛାତ୍ରଛାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ୧ ଜାନୁଆରି ଦିନ ସ୍ଥାୟୀ କ୍ୟାମ୍ପସରେ ରଖାଯାଇଥିବା ସମ୍ମିଳନୀରେ ସମସ୍ତ କର୍ମଚାରୀଙ୍କୁ ଖୋଲା ଭାବରେ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁଏଥି ସହିତ କର୍ମଚାରୀମାନଙ୍କୁ ରାତାରାତି ପୁଲିସ ମାଧ୍ୟମରେ ଉଠେଇ ନେବାକୁ ଧମକ ଦିଆଯାଉଛି, ଯାହାଦ୍ଵାରା କର୍ମଚାରୀଙ୍କ ପରିବାର ଭୟରେ ଦିନ କାଟୁଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।