
ସେ କହିଥିଲେ ଯେ, “ପ୍ରଭୁ ରାମ ବହୁଜନଙ୍କ ମଧ୍ୟରୁ ଆସନ୍ତି। ସେ ଜଣେ ବହୁଜନ। ସେ ପଶୁ ଶିକାର କରୁଥିଲେ ଏବଂ ଖାଉଥିଲେ। କିଛି ଲୋକ ପ୍ରଭୁ ରାମଙ୍କ ଉଦାହରଣ ଦେଇ ସମସ୍ତଙ୍କୁ ଶାକାହାରୀ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପ୍ରଭୁ ରାମ ଶାକାହାରୀ ନଥିଲେ, ସେ ଜଣେ ମାଂସାହାରୀ ଥିଲେ। ଜଣେ ବ୍ୟକ୍ତି, ଯିଏ ୧୪ ବର୍ଷ ଧରି ଜଙ୍ଗଲରେ ରହିଥିଲେ – ସେ କେଉଁଠୁ ଶୁଦ୍ଧ ନିରାମିଶ ଆହାର ପାଇବେ?”
ଆହ୍ୱାଡଙ୍କ ଏପରି ମନ୍ତବ୍ୟ ପରେ ପିବାଦ ଉପୁଜିଥିଲା। ଏନସିପିର ଅଜିତ ପାୱାରଙ୍କ ସମର୍ଥିତ କର୍ମୀ ଆହ୍ୱାଡଙ୍କ ବାସଭବନ ସମ୍ମୁଖରେ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏପରିକି ଏନେଇ ଥାନାରେ ଦ୍ୱାରସ୍ଥ ହେବା ନେଇ ମଧ୍ୟ ଚେତାବନୀ ଦେଇଥିଲେ। ସେହିପରି ବିଜେପି ବିଧାୟକ ରାମ କଦମ ମଧ୍ୟ ମନ୍ତବ୍ୟକୁ ନେଇ ଜିତେନ୍ଦ୍ର ଆହ୍ୱାଡଙ୍କୁ ସମାଲୋଚନା କରିଥିଲେ।
ବିଭିନ୍ନ ଦିଗରୁ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆହ୍ୱାଡ ଦୁଃଖ ପ୍ରକାଶ କରିଛନ୍ତି। ସେ କୌଣସି ବ୍ୟକ୍ତିଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାକୁ ଚାହୁଁନଥିବା କହିଛନ୍ତି। ସେ କହିଛନ୍ତି, ବାଲ୍ମିକୀ ରାମାୟଣରେ ଲେଖାଥିବା କଥାକୁ ମୁଁ କହିଛି। 1891ରେ କୋଲକାତାରେ ଛାପା ଯାଇଥିବା ବାଲ୍ମିକୀ ରାମାୟଣର ଅଯୋଧ୍ୟା କାଣ୍ଡର 52 ସର୍ଗରେ ଥିବା 102 ଶ୍ଳୋକକୁ ପଢନ୍ତୁ ବୋଲି ଆହ୍ୱାଡ କହିଛନ୍ତି।