
ଏହାସହ ବିଭିନ୍ନ ବ୍ୟାଙ୍କରେ ଥିବା ୨ କୋଟି୧୭ ଲକ୍ଷରୁ ଅଧିକ ଟଙ୍କା ଏବଂ ୧୧ଟି ମୂଲ୍ୟବାନ ଗାଡ଼ି ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ସମ୍ପତ୍ତି ବାଜ୍ୟାପ୍ତି କରି ସାଧାରଣରେ ନିଲାମ କରିବାକୁ କୋର୍ଟ କହିଛନ୍ତି। ନିଲାମରୁ ମିଳିବାକୁ ଥିବା ଅର୍ଥ କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ କୋର୍ଟ ତାଙ୍କ ରାୟରେ କହିଛନ୍ତି।