Spread the love

 

covid-ffff-750x430

ଭୁବନେଶ୍ବର: ରାଜ୍ୟରେ ଆଉ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଲା।
ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୋଭିଡ ଟେଷ୍ଟିଙ୍ଗ ବଢ଼ିଛି, ବର୍ତ୍ତମାନ ରାଜ୍ୟରେ ଯେଉଁ ଆକ୍ଟିଭ ପେସେଣ୍ଟ ଅଛନ୍ତି, ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି, ମେଡିକାଲରେ କେହି ନାହାଁନ୍ତି। ତେଣୁ ଆତଙ୍କିତ ହେବାର ନାହିଁ। ଆଗକୁ ବଢ଼ିବା ନେଇ ସ୍ଥିତି ଅନୁଧ୍ୟାନ କରାଯାଉଛି। ଜାତୀୟସ୍ତରୀୟ ତଥ୍ୟ ଅନୁସାରେ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ୯୨% ରୁ ଉର୍ଦ୍ଧ୍ବ ହୋମ ଆଇସୋଲେସନରେ ଅଛନ୍ତି, ଆଉ ଯେଉଁମାନେ ମେଡିକାଲରେ ଆଡମିଟ ହେଉଛନ୍ତି ଓ ମେଜରିଟି ଡେଥ ମଧ୍ୟ କୋମଅର୍ବିଟ କଣ୍ଡିସନ ପାଇଁ ହୋଇଛି। କୋଭିଡ ପାଇଁ ମେଡିକାଲରେ ଆଡମିଟ ହେବା ବହୁତ କମ। ବଢ଼ିବ ନ ବଢ଼ିବ ଏବେ କହିହେବନି। ସ୍ଥିତି ଉପରେ ନଜର ରଖାଯାଇଛି। ଯଦି ବଢ଼େ, ତେବେ ଭୟାବହତା ଆଶଙ୍କା କମ୍।

 

Leave a Reply

Your email address will not be published. Required fields are marked *