
ପିସିସି ସଭାପତି ଆହୁରି କହିଛନ୍ତି, ୯୦ ମିଶନ ସଫଳ ପାଇଁ କଂଗ୍ରେସ ଅଙ୍କ କଷୁଛି। ୨୦୧୯ ନିର୍ବାଚନରେ ଦଳ ୬୯ଟି ଆସନରେ ଅଳ୍ପ ଭୋଟ୍ ବ୍ୟବଧାନରେ ହାରିଥିବା ଓ ସଂଗଠନକୁ ହାତରେ ରଖିଥିବା ନେତାଙ୍କୁ ଦଳ ୨୦୨୪ ବିଧାନସଭା ନିର୍ବାଚନରେ ପୁଣି ପ୍ରାର୍ଥୀ କରିବ।
ସୂଚନାଯୋଗ୍ୟ, ନ୍ୟାୟ ଯାତ୍ରା ଉପରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ପାଇଁ ପିସିସି ସଭାପତି ଦିଲ୍ଲୀ ଯାଇଛନ୍ତି। ଯେଉଁ ରାଜ୍ୟ ଦେଇ ନ୍ୟାୟ ଯାତ୍ରା ଯିବ, ସେହିସବୁ ରାଜ୍ୟର ପିସିସି ସଭାପତିଙ୍କୁ ଦିଲ୍ଲୀ ଡାକରା ହୋଇଛି।