
ବିସ୍ଫୋରଣରେ ୫୦ ଜଣ ଆହତ ହୋଇଥିବା ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ‘ଆଇଆରଏନଏ’ ପ୍ରଥମେ ରିପୋର୍ଟ କରିଥିଲା । କିନ୍ତୁ ପରେ ଅନେକ ଲୋକ ମୃତ୍ୟୁବରଣ କରିଥିବା ରିପୋର୍ଟ ଆସିଥିଲା । ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ବହୁ ସଂଖ୍ୟକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି।
ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣ ପରେ ଦଳଚକଟା ଯୋଗୁଁ ଅନେକ ଲୋକ ଆହତ ହୋଇଥିଲେ ଏବଂ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁଲେମାନୀଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଏକ ସମାରୋହ ପାଇଁ ଅଞ୍ଚଳରେ ଭିଡ଼ ଜମିଥିଲା। ସୁଲେମାନୀ ଦୁଇ ଦଶନ୍ଧୀ ଧରି ଇସ୍ଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (ଆଇଆରଜିସି)ର ବିଦେଶୀ ଅପରେସନ ଶାଖା କୁଦସ୍ ଫୋର୍ସର ନେତୃତ୍ୱ ନେଇଥିଲେ । ୨୦୨୦ ଜାନୁଆରୀରେ ଇରାକରେ ଆମେରିକାର ଏୟାର ଷ୍ଟ୍ରାଇକରେ ସେ ନିହତ ହୋଇଥିଲେ।