
ମହନ୍ତ ଶ୍ୟାମ ସୁନ୍ଦର କହିଛନ୍ତି , ‘ଯେଉଁ ମହାପୁରୁଷଙ୍କ ଆର୍ଶୀବାଦରୁ ମନ୍ଦିର ନିର୍ମାଣ ହୋଇଛି ସେଠାରେ ଏବେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ହେବ। ନିମନ୍ତ୍ରଣ ପତ୍ର ଆସିବା ସୌଭାଗ୍ୟର କଥା। ଭଗବାନଙ୍କ କୃପାରୁ ମୁଁ ଅଯୋଧ୍ୟା ନିଶ୍ଚିୟ ଯିବି।
ମନ୍ଦିର ନିର୍ମାଣ ପ୍ରସଙ୍ଗରେ ପାଖାପାଖି ୩୩ବର୍ଷ ପୂର୍ବେ ଦେବରହା ବାବା ଆରଏସଏସକୁ ନେଇ ବିଶ୍ବ ହିନ୍ଦୁ ପରିଷଦର ନେତାଙ୍କ ସମ୍ମୁଖରେ ଭବିଷ୍ୟବାଣୀ କରିଥିଲେ। ନିଜେ ଅଶୋକ ସିଙ୍ଘଲ ବାବାଙ୍କୁ ଭେଟିଥିଲେ। ଆହ୍ଲାବାଦରେ ରାମଙ୍କ ଜନ୍ମଭୂମିକୁ ନେଇ ସଭାର ଆୟୋଜନ ହୋଇଥିଲା। ସେଠାରେ ଶଙ୍କରାଚାର୍ଯ୍ୟ ବି ଥିଲେ। ସେତେବେଳେ ବାବା କହିଥିଲେ ବିଳମ୍ବ ହେବ କିନ୍ତୁ ମନ୍ଦିର ନିର୍ମାଣର ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ। ହିନ୍ଦୁ ମୁସଲମାନ ସମସ୍ତେ ମିଶି ଏକ ହୋଇ କାମ କରିବେ।’
ଜାନୁଆରି ୨୨ ତାରିଖରେ ଅଯୋଧ୍ୟା ନବନର୍ମିତ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ରହିଛି। ଏହି ଶୁଭ ମୁହୂର୍ତ୍ତରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ହେବ। ଏହାର ସମୟ ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ଆରମ୍ଭ ହୋଇ ୧୨ଟା ୩୦ମିନିଟ ୩୨ ସେକେଣ୍ଡରେ ଶେଷ ହେବ।