
ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଆଜି ଏହା କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ। ଭୁବନେଶ୍ୱର ଗସ୍ତରେ ଆସିଥିବା ବେଳେ ମେଘୱାଲ କହିଛନ୍ତି। ଏବେ ସାରା ଦେଶରେ ‘ଇ-କୋର୍ଟ’ ବ୍ୟବସ୍ଥା ବେଶ୍ ଭଲରେ କାମ କରୁଛି। ଓଡ଼ିଶା ‘ଇ-କୋର୍ଟ’ ବ୍ୟବସ୍ଥା କାର୍ଯ୍ୟକାରୀରେ ଆଗରେ ରହିଛି। ଜିଲ୍ଲା ସ୍ତରରେ ଭର୍ଚୁଆଲରେ ସବୁ ସୁବିଧା ମିଳୁଛି ଯାହା ହାଇକୋର୍ଟ ବେଞ୍ଚ ସହ ସମାନ। ତେଣୁ ଏବେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ସେତେଟା ମହତ୍ୱପୂର୍ଣ୍ଣ ନୁହେଁ ବୋଲି ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ।
ସେପଟେ ବିଜେଡି ଏହାକୁ ନେଇ ମତ ରଖିଛି। ବରିଷ୍ଠ ନେତା ତଥା ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ହାଇକୋର୍ଟ ବେଞ୍ଚ ସବୁବେଳେ ପଶ୍ଚିମ ଓଡ଼ିଶାର ଦାବି। ଆଶା କରୁଛୁ କେନ୍ଦ୍ର ସରକାର ଲକ୍ଷ ଲକ୍ଷ ପଶ୍ଚିମ ଓଡ଼ିଶା ବାସୀଙ୍କର ଆଶାକୁ ପୂରଣ କରିବେ ବୋଲି ସେ ଦୋହରାଇଛନ୍ତି।