
ଘଟଣାରୁ ପ୍ରକାଶ ଯେ କଟରପଡ଼ା କଳା ପୋଲ ନିକଟରେ ସକାଳ ସାଢ଼େ ୭ଟାରେ ମନୋରମା ବସ ଚାନ୍ଦବାଲିରୁ କଟକ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ୧୦ ଚକିଆ ଟ୍ରକକୁ ମୁହାଁମୁହିଁ ପିଟିଥିଲା। ଏହାଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ଆଉଜଣଙ୍କର ପ୍ରାଣହାନି ଘଟିଥିଲା। ଏହାଫଳରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି। ଏବେ ବି ଆହୁରି ୭ଜଣଙ୍କ ଅବସ୍ଥା ସକଟାପନ୍ନ ଥିବା କୁହାଯାଉଛି। ବସରେ ଥିବା ୪୦ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ବସରେ ଦୁଇ ଜଣ ଡ୍ରାଇଭର୍ ବର୍ତ୍ତମାନ ଫସିକି ଥିଲେ। ଦମକଳ ବାହିନୀ ସହ ସ୍ଥାନୀୟ ପୁଲିସ ପହଞ୍ଚି ଉଦ୍ଧାର କରିଥିଲେ।