
ଶିଶୁ କନ୍ୟାଟି ଏବେ ବୁର୍ଲା ବଡ଼ ଡାକ୍ତରଖାନାର SNCUରେ ଚିକିତ୍ସାଧୀନ ରହିଛି। ଆଜି ଡାକ୍ତରଖାନା ପକ୍ଷରୁ ତା’ର ଏକୋଇଶିଆ ପାଳନ କରାଯାଇଥିଲା। ଏଥିରେ ଡାକ୍ତରମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ କେକ୍ କଟା ଯାଇଥିଲା ଓ ମିଠା ବଣ୍ଟା ଯାଇଥିଲା।
ଶିଶୁଟିକୁ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ପଳାଇଥିଲେ। ୬ ଘଣ୍ଟାର ଅପରେସନ ପରେ ତାକୁ ଉଦ୍ଧାର କରାଯାଇଥିଲା।