
ସୂଚନା ଅନୁଯାୟୀ, ଗତ ମାସ ୨୭ ତାରିଖରେ ଗାଁର ବିନିତ ତିର୍କୀଙ୍କ ବିବାହ ଉତ୍ସବ ଥିଲା। ଏଥିରେ ସମସ୍ତେ ମାଂସ ଖାଇଥିଲେ। ପରେଜଣକ ପରେ ଜଣେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସଂଖ୍ୟା ୩୦ରେ ପହଞ୍ଚିବା ଓ ୨୯ ତାରିଖରେ ଜଣଙ୍କର ମୃତ୍ୟୁ ହୋଇଥିବାରୁ ଆତଙ୍କ ଖେଳି ଯାଇଛି। ରାଉରକେଲା ଅଞ୍ଚଳରୁ ଭୋଜିରେ ସାମିଲ ହୋଇଥିବାରୁ ହଇଜା ସଂକ୍ରମଣ କଥା ବି ଚର୍ଚ୍ଚା ହେଉଛି।