
ଭିଡିଓରେ ଥିବା ଯୁବତୀ ଜଣଙ୍କ ନାମ ଦେବଜାନୀ ।ସେ ନିର୍ମାଲ୍ୟ ଖଳାରେ ରିଲ୍ସ୍ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଶ୍ରୀମନ୍ଦିରକୁ ମୋବାଇଲ ନେବା କଟକଣା ଥିବା ବେଳେ ସେ କିଭଳି ମୋବାଇଲ ନେଲେ ସେ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ଚାରି ଦ୍ଵାରରେ ପୋଲିସ ପକ୍ଷରୁ କଡା ଚେକିଂ କରାଯାଇ ମନ୍ଦିର ଭିତରକୁ ଛଡା ଯାଉଥିବା କୁହାଯାଉଥିବା ବେଳେ ଭିଡିଓ କିପରି କରାଗଲା ସେନେଇ ତଦନ୍ତ ଦାବି ହୋଇଛି।
ପୂର୍ବରୁ ଶ୍ରୀମନ୍ଦିର ଭିତର ଭିଡିଓ ଅନେକ ସମୟରେ ଭାଇରାଲ ହୋଇଛି । ହେଲେ ପୋଲିସ ପକ୍ଷରୁ ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଶ୍ରୀମନ୍ଦିର ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ ମାତ୍ର ବରମ୍ବାର ଏଭଳି ଘଟଣା ଘଟୁଥିବାରୁ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇଛି ।