
ଚଳିତବର୍ଷ ୫୮ ଜଣ କ୍ଲାସ-୧ ଅଫିସରଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ୨୬ ଜଣ କ୍ଲାସ-୧, ୩୨ ଜଣ କ୍ଲାସ-୨, ୮୫ ଜଣ କ୍ଲାସ-୩, ୬ ଜଣ କ୍ଲାସ-୪ କର୍ମଚାରୀ ଗିରଫ ହୋଇଛନ୍ତି । ଭିଜିଲାନ୍ସ ପକ୍ଷରୁ ୪୭୮ଟି ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ୬୮୪ ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଛି । ୧୫୩ ପ୍ରତିଶତ ହାରରେ ୪୦୬ଟି ମାମଲାର ତଦନ୍ତ ଶେଷ ହୋଇଛି । ଏହି ସବୁ ମାମଲାର ତଦନ୍ତ ଶେଷ କରିବାରେ ୧୦ ବର୍ଷର ରେକର୍ଡ ଭାଙ୍ଗିଛି ଭିଜିଲାନ୍ସ । ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତଙ୍କ ସଂଖ୍ୟା ୬୬ ପ୍ରତିଶତକୁ ବଢିଛି । ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।