
ବିଗତ ୯ ବର୍ଷ ମଧ୍ୟରେ ଭାରତ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରି ମହିଳା, ଯୁବକ, ମଧ୍ୟବିତ୍ତ, କୃଷକ ଏବଂ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ମୁହଁରେ ଫୁଟି ଥିବା ହସକୁ ପ୍ରତି ମାସରେ ପ୍ରଦର୍ଶିତ କରାଯାଇଥାଏ। ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବ୍ କା ପ୍ରୟାସ’ର ପ୍ରତିଶ୍ରୁତି ପୂରଣ ପାଇଁ ବିଭିନ୍ନ ସରକାରୀ ଏଜେନ୍ସି ଓ ଅଧିକାରୀଙ୍କ ଅକ୍ଳାନ୍ତ ପ୍ରୟାସକୁ ଏହା ଶ୍ରଦ୍ଧାଞ୍ଜଳି।
ଶ୍ରୀ ଠାକୁର କହିଥିଲେ ଯେ ସରକାର ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଉଛନ୍ତି ଏବଂ ଏହାର ଉଦାହରଣ ଗୋଟିଏ ପଟେ ଉଜ୍ଜ୍ୱଳା ଯୋଜନା ଏବଂ ଅନ୍ୟପଟେ ଡ୍ରୋନ୍ ଦିଦି। କୃଷକ କଲ୍ୟାଣ ପ୍ରସଙ୍ଗରେ ଶ୍ରୀ ଠାକୁର କହିଥିଲେ ଯେ ବର୍ତ୍ତମାନର ସରକାର ହିଁ ସ୍ୱାମୀନାଥନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିଛନ୍ତି। ଏହାବ୍ୟତୀତ କୃଷକଙ୍କ ସମୃଦ୍ଧି ପାଇଁ ସରକାର ଏପର୍ଯ୍ୟନ୍ତ ୨.୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ହେଉଛି ସରକାରଙ୍କ ଉଦ୍ଦେଶ୍ୟ ଏବଂ ଏହି ନୀତି ହିଁ ଭାରତକୁ ଏକଦା ଦୁର୍ବଳ ପାଞ୍ଚଟି ଅର୍ଥନୀତି ମଧ୍ୟରୁ ଗୋଟିଏରୁ ଆଜି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପହଞ୍ଚାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ମୂଲ୍ୟବୋଧର ଭାବନା ଶୀର୍ଷରୁ ପ୍ରବାହିତ ହେଉଛି ବୋଲି ସେ କହିଛନ୍ତି।
ଆଶାବାଦୀ ଭାବରେ ନିଜର ଅଭିଭାଷଣ ଶେଷ କରି ଶ୍ରୀ ଠାକୁର କହିଥିଲେ ଯେ ୨୦୨୩ ଶେଷ ହେବା ସହିତ ୨୦୨୪ ଏକ ନୂଆ ସୁଯୋଗ ଆଣିଛି। ସାରା ବିଶ୍ୱ ଆଶାର ସହ ଭାରତ ଆଡକୁ ଚାହିଁ ରହିଛି, ନେତୃତ୍ୱ ପାଇଁ ବିଶ୍ୱ ଭାରତ ଉପରେ ନଜର ରଖିଛି । ଏହି ଅବସରରେ ମନ୍ତ୍ରୀ ‘ଆମ ସଂକଳ୍ପ ବିକଶିତ ଭାରତ’ ଶୀର୍ଷକ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।