Spread the love

 

governer-650x430

ବାଙ୍କୀ : ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡା ଅଂଶୁପା ପୂର୍ତ୍ତ ଡାକବଙ୍ଗଳାରେ ଗୁରୁବାର ଏକ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟପାଳ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସମସ୍ୟା ବୁଝିବା ସହିତ ସେମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ସେମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସ୍ଥାନୀୟ କୃଷକମାନଙ୍କ ସମସ୍ୟା ଏବଂ ସେମାନଙ୍କୁ ରାଜ୍ୟସରକାର ଯୋଗାଇ ଦେଉଥିବା ସୁବିଧା ସୁଯୋଗଗୁଡିକ ପାଇପାରୁଛନ୍ତି କି ନାହିଁ ବୋଲି ପଚାରି ବୁଝିଥିଲେ। ଏଥିସହ ମୋଦୀ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନା ସଂପର୍କରେ ରାଜ୍ୟପାଳ ରଘୁବର ଦାସ ଜନସାଧାରଣଙ୍କୁ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ କଟକ ଜିଲାପାଳ ନରହରି ସେଠୀ, ବାଙ୍କୀ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ବାଙ୍କୀ ବ୍ଲକ ବିଡିଓ ମନସ୍ୱିନୀ ଦାଶ, କଟକ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ବାଙ୍କୀ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅମ୍ଳାନ ଦାସ, ରାଜ୍ୟପାଳଙ୍କ ସୂଚନା ଓ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ, କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

 

Leave a Reply

Your email address will not be published. Required fields are marked *