
ପାଡୁଆ ଥାନା କୁଲାସିଂ ପଞ୍ଚାୟତ ତାନସିଂ ଗାଁର ଲାଲମଣି ସୀସା(୪୦), ଶଶି ରେଖା ଆର୍ଲାବ (୩୫), ଶାନ୍ତି ସୀସା (୭), ନବିନା ଆର୍ଲାବ (୧୪) ଓ ପୁଷ୍ପାଞ୍ଜଳି ଆରଲାବ(୬) ଦେଶୀ ଡଙ୍ଗା ଚଲାଇ ପାତାଳୀ ନଦୀ ପାର ହୋଇ ବଡେଲା ଗାଁକୁ ଯାଉଥିଲେ। ହେଲେ ନଦୀ ମଝିରେ ଡଙ୍ଗାଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା। ଆଉ ସମସ୍ତେ ବୁଡ଼ି ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନି। ତେବେ ଜଣଙ୍କ ମୃତଦେହ ତାନସିଂ ଘାଟ ନିକଟରେ ଭାସୁଥିବା ଦେଖିବାକୁ ମିଳିଛି। ମୃତକ ହେଲେ ଲାଲ୍ମଣି ସୀମା।
ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। କୋରାପୁଟରୁ ଓଡ୍ରାଫ୍ ଟିମ୍ ବାହାରିଛି। ନନ୍ଦପୁର ତହସିଲଦାର ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଅନ୍ୟପକ୍ଷରେ ଶୀତୁଆ ଦିନକୁ ରାତି ମାଡ଼ି ଆସୁଛି। ଏପରି ସ୍ଥିତିରେ କେମିତି ଉଦ୍ଧାର କାର୍ଯ୍ୟ ହେବ, ତାହା ଏବେ ବଡ଼ କାଠିକର ପାଠ ହେବ।