
ଭୂକମ୍ପର ତୀବ୍ରତା ୬ରୁ ଅଧିକ ରହିଥିବାରୁ ସୁନାମୀ ଆସିବାର ଆଶଙ୍କା ରହିଛି। ତେଣୁ ବିଭିନ୍ନ ସଂସ୍ଥା ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। କିନ୍ତୁ ସୁନାମୀ ବେଳେ ଜୁଆର କେତେ ଉଚ୍ଚକୁ ଉଠିବ ଓ କେଉଁ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହେବ, ସେ ବିଷୟରେ ଏଯାଏ ବିଧିବଦ୍ଧ ଭାବେ ସୂଚନା ଦିଆଯାଇ ନାହିଁ। ଏହାବାଦ ଲଗାତାର ଦୁଇଟି ଭୂକମ୍ପ ଅନୁଭବ ହୋଇଥିଲେ ହେଁ ଏହାଦ୍ୱାରା କ’ଣ ସବୁ କ୍ଷୟକ୍ଷତି ହୋଇଛି, ସେବିଷୟରେ ମଧ୍ୟ ଜଣାପଡ଼ିନାହିଁ।
ଚଳିତ ବର୍ଷ ଜାପାନରେ ଏକାଧିକ ଥର ଭୂକମ୍ପ ଝଟକା ଅନୁଭବ ହୋଇଛି। ନିକଟରେ ଦକ୍ଷିଣପୂର୍ବ ଫିଲିପାଇନ୍ସରେ ୭.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିପାଇଁ ଜାପାନର ଦକ୍ଷିଣପଶ୍ଚିମ ଉପକୂଳ ପାଇଁ ସୁନାମୀ ଆଲର୍ଟ ଜାରି କରାଯାଇଥିଲା।
ମେ’ ୫ରେ ଜାପାନର ୱେଷ୍ଟର୍ଣ୍ଣ ପ୍ରାନ୍ତରେ ୬.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଏଥିରେ ଏକାଧିକ ବିଲଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ।