
ବର୍ତ୍ତମାନ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ରୁଷ ଗସ୍ତରେ ଅଛନ୍ତି। ଜୟଶଙ୍କରଙ୍କ ସହ ସାକ୍ଷାତ ସମୟରେ ପୁଟିନ ୟୁକ୍ରେନ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପିଏମ ମୋଦିଙ୍କ ସହ ଅନେକ ଥର ଆଲୋଚନା କରିବା ସହ ଉପଦେଶ ପାଇଥିବା କହିଛନ୍ତି। ବିଶ୍ୱରେ ଯାହା ହେଉନା କାହିଁକି ଭାରତ ସହ ଆମ ସଂପର୍କ କିନ୍ତୁ ବୃଦ୍ଧି ପାଇଛି। ତେଣୁ ପ୍ରଧାନମନ୍ତ୍ରୀ ମୋଦି ରୁଷ ଆସିଲେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି।
ଏହି ଦେଖାସାକ୍ଷାତ ସମୟରେ ପୁଟିରେ ଭାରତରେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଆସନ୍ତାବର୍ଷ ସାଧାରଣ ନିର୍ବାଚନ ଥିବାରୁ ଭାରତରେ ରାଜନୈତିକ ଗତିବିଧି ବଢ଼ିଛି। ଏହି ଅବସରରେ ସେ ପିଏମ ମୋଦିଙ୍କ ସଫଳତା କାମନା କରିଛନ୍ତି।