
ସେହିପରି ସଚିନ ପାଇଲଟଙ୍କୁ ଛତିଶଗଡ଼ ଓ ମୋହନ ପ୍ରକାଶଙ୍କୁ ବିହାର ଦାୟିତ୍ୱ ଦିଆଯାଇଥିବା ବେଳେ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କୁ ରାଜସ୍ଥାନ ଦାୟିତ୍ୱ ଦିଆଯାଇଛି।
ରାଜସ୍ଥାନର ଅନେକ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ସେହି ଅନୁଯାୟୀ ଜିତେନ୍ଦ୍ର ସିଂହଙ୍କୁ ଆସାମର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇ ମଧ୍ୟପ୍ରଦେଶର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମେତ ୧୨ ଜଣ ନେତାଙ୍କୁ ମହାସଚିବ-ପ୍ରଭାରୀ ନିଯୁକ୍ତ କରାଯାଇଛି। କେସି ବେଣୁଗୋପାଳ ସାଧାରଣ ସମ୍ପାଦକ (ସଂଗଠନ) ଏବଂ ଜୟରାମ ରମେଶ ଯୋଗାଯୋଗ ବିଭାଗ ଦାୟିତ୍ୱରେ ରହିବେ। ଅଜୟ ମାକେନଙ୍କୁ ଦଳର କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ମିଲିନ୍ଦ ଦେଓରା ଓ ବିଜୟ ଇନ୍ଦର ସିଂଲାଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ କରାଯାଇଛି।
ସଂକ୍ଷେପରେ ଡ. ଅଜୟ କୁମାର
ଅଜୟ କୁମାର ଜଣେ ପୂର୍ବତନ ଆଇପିଏସ ଅଧିକାରୀ ହୋଇଥିବାବେଳେ ସେ ୧୫ତମ ଲୋକସଭାରେ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ଟିକେଟରୁ ଜାମସେଦପୁର ସାଂସଦ ନିର୍ବାଚିତ ହୋଇଥିଲେ । ସେ ୨୦୧୪ରେ କଂଗ୍ରେସରେ ଯୋଗ ଦେଇଥିଲେ । ତେବେ ୨୦୧୯ରେ ସେ କଂଗ୍ରେସ ଛାଡ଼ି ଆମ ଆଦମି ପାର୍ଟିରେ ଯୋଗ ଦେଇଥିଲେ । ୨୦୨୦ରେ ସେ ପୁଣି ଥରେ କଂଗ୍ରେସକୁ ଫେରିଥିଲେ ।