Spread the love

 

IMAGE_1703308330

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ପ୍ରାନ୍ତରେ ଶୀତର ପ୍ରକୋପ। ଜାଡରେ ଥରୁଛି ପୂରା ଭାରତ। ଆଜି ଦିଲ୍ଲୀରେ ଘନ କୁହୁଡି କାରଣରୁ ଷୋହଳଟି ବିମାନ ଉଡାଣ ବିଳମ୍ବ ହୋଇଛି। ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳର ତାପମାତ୍ରା ହ୍ରାସ ପାଇବା ପ୍ରବଳ କୁହୁଡ଼ି ପଡିଛି।
ଏହି କାରଣରୁ ଦିଲ୍ଲୀ ବିମାନ ବନ୍ଦରରେ ୧୧ଟି ଆନ୍ତର୍ଜାତୀୟ ଏବଂ ପାଞ୍ଚଟି ଘରୋଇ ବିମାନ ଉଡାଣରେ ବିଳମ୍ବ ଘଟିଛି। ଏନେଇ ଦିଲ୍ଲୀ ବିମାନ ବନ୍ଦରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ପାଣିପାଗ ବିଭାଗ ସୂଚନା ଅନୁସାରେ, ବିମାନବନ୍ଦର ନିକଟ ପାଲାମ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପ୍ରବଳ ଥଣ୍ଡା କାରଣରୁ ଅଧିକାଂଶ ଲୋକେ ଦକ୍ଷିଣ ଦିଲ୍ଲୀର AIIMS ହସ୍ପିଟାଲରେ ରାତ୍ରି ଯାପନ କରୁଥିବା ଦେଇଖିବାକୁ ମିଳିଛି।
ଲୋଧି ଅଞ୍ଚଳରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ବାୟୁ ଗୁଣାବତ୍ତା ଦୁର୍ବଳ ସହ ପ୍ରବଳ କୁହୁଡି ପଡିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ ଉଡାଣକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ପାଗରେ ସୁଧାର ଆସିବା ପରେ ପୁନର୍ବାର ବିମାନ ଉଡାଣ ଭରିଛି।

 

Leave a Reply

Your email address will not be published. Required fields are marked *