
କେନ୍ଦ୍ରମନ୍ତ୍ରୀ ଶ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଭାରତକୁ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତିବଦ୍ଧ। ‘ବିକଶିତ ଭାରତ’ ଓ ମୋଦୀଙ୍କ ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ଅଭିମତ ମହତ୍ୱପୂର୍ଣ୍ଣ। ଏଥିପାଇଁ ନମୋ ଆପରେ ଆରମ୍ଭ ହୋଇଥିବା ଜନ ମନ ସର୍ଭେରେ ମୁଁ ନିଜର ମତ ରଖିଲି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ନୂଆ ଭାରତର ଅଭିବୃଦ୍ଧି ସହ ମୋଦୀଙ୍କ ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବା ପାଇଁ ନମୋ ଆପରେ ସମସ୍ତେ ଯୋଡି ହୁଅନ୍ତୁ। ଜନମନ ସର୍ଭେରେ ସାମିଲ ହୋଇ ନିଜର ମତ ରଖିବାକୁ ସେ ଓଡ଼ିଶା ସମେତ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ ମୋବାଇଲ ଆପ୍ଲିକେସନ ବା ‘ନମୋ ଆପ’ରେ ଲୋକଙ୍କ ଟିପ୍ପଣୀ ନେବା ପାଇଁ ଗତ ୧୯ ଡିସେମ୍ବରରୁ ଏହି ଜନ ମନ ସର୍ଭେ ଆରମ୍ଭ ହୋଇଛି। ଏଥିରେ ଲୋକମାନେ ଦେଶର ବିକାଶ ଓ ଶାସନ ସହ ଜଡିତ ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରିବେ। ନମୋ ଆପରେ ଭାରତ ସରକାରଙ୍କ ସହ ଜଡ଼ିତ ସମସ୍ତ ଯୋଜନା, କାର୍ଯ୍ୟକ୍ରମ ଉପରେ ମଧ୍ୟ ବିବରଣୀ ପାଇପାରିବେ।