Spread the love

 

ନୂଆଦିଲ୍ଲୀ:  ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ (ପୂର୍ବରୁ ଟ୍ୱିଟର) ଏବେ ବିଭିନ୍ନ ପ୍ରକାରର ବୈଷୟିକ ସମସ୍ୟାର ସମ୍ମୁଖୀନ ହେଉଛି। ଏହି କାରଣରୁ ଗୁରୁବାର ସକାଳ ୧୧ଟାରୁ ‘ଏକ୍ସ’ ଡାଉନ୍‌ ହୋଇଥିବା ଦେଖିବାକୁ ମିଳିଛି। ଏହା ଉପଭୋକ୍ତାମାନଙ୍କ ପାଇଁ ବହୁତ ଅସୁବିଧା ସୃଷ୍ଟି କରୁଛି।

ଯଦି ମିଡିଆ ରିପୋର୍ଟଗୁଡିକୁ ଦେଖିବା ତ ପ୍ଲାଟଫର୍ମ କ୍ରମାଗତ ଭାବରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପ୍ରାୟ ୭୦ହଜାର ବ୍ୟବହାରକାରୀ ସମସ୍ୟା ସଂପର୍କରେ ଅଭିଯୋଗ ଆଣି ସାରିଲେଣି। ତେବେ ଅସୁବିଧା କ’ଣ ଏବଂ ଏହା ପଛର କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ? ଅନେକ ଲୋକ ଏପରିକି ଫେସବୁକରେ ଅଭିଯୋଗ କରିଛନ୍ତି ଯେ ସେମାନେ ‘ଏକ୍ସ’ ବ୍ୟବହାର କରିବାରେ ସକ୍ଷମ ହୋଇପାରୁନାହାନ୍ତି।

ଜଣେ ଉପଭୋକ୍ତା ଅଭିଯୋଗ କରି ଲେଖିଛନ୍ତି, ‘‘ଯେଉଁମାନେ ଏକ୍ସ/ ଟ୍ୱିଟର ବ୍ୟବହାର କରନ୍ତି, ସେମାନଙ୍କୁ ଜଣାଉଛି ଯେ ଏହି ପ୍ଲାଟଫର୍ମ ବର୍ତ୍ତମାନ କାମ କରୁନାହିଁ।’’ ଏହି ପ୍ରକାରର ସମସ୍ୟା ପୂର୍ବରୁ ମଧ୍ୟ ଦେଖାଯାଇଛି। ଏଲୋନ୍ ମସ୍କଙ୍କ କମ୍ପାନୀ ଚଳିତବର୍ଷ ମାର୍ଚ୍ଚ ଏବଂ ଜୁଲାଇରେ ମଧ୍ୟ ଡାଉନ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ବ୍ରାଜିଲ୍‌ର ‘ଫାଷ୍ଟ୍‌ ଲେଡି’ ରୋସାଞ୍ଜେଲା ଡା ସିଲ୍‌ବାଙ୍କ ‘ଏକ୍ସ୍‌’ ଆକାଉଣ୍ଟ୍‌ ହ୍ୟାକ୍‌ ‌ଘଟଣାରେ ଏଲନ୍‌ ମସ୍କ୍‌ ଦୋଷଛଡ଼ା ହୋଇ ଯିବାରୁ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗିଥିଲା। କମ୍ପାନିର ମାଲିକ ଏଲନ୍‌ ମସ୍କ୍‌ କହିଥିଲେ କି, ‘ହ୍ୟାକ୍‌’ ପାଇଁ କମ୍ପାନି ଦାୟୀ ନୁହେଁ। କାହାର ଇମେଲ୍‌ ପାସ୍‌ୱାର୍ଡ କିଏ କେମିତି ଜାଣିଲା ତାହା ଦେଖିବା ଆମର ଦାୟିତ୍ବ ବୋଲି ଜଣେ କେମିତି ଚିନ୍ତା କରୁଛନ୍ତି?

ତାହାର ଉତ୍ତରରେ ଫାଷ୍ଟ୍‌ ଲେଡି’ କହିଥିଲେ, ‘‘ ମୁଁ କହୁନାହିଁ କିଏ କିଭଳି ମୋ ପାସ୍‌ୱାର୍ଡ ଅନୁମାନ କଲା ତାହା ଜାଣିବା ‘ଏକ୍ସ’ର ଦାୟିତ୍ବ। କିନ୍ତୁ, ‘ହ୍ୟାକ୍‌’ ହେଲେ କମ୍ପାନି ତୁରନ୍ତ କାର୍ଯ୍ୟାନୁଷ୍ଠା ଆରମ୍ଭ କରିବା କଥା।’’

 

Leave a Reply

Your email address will not be published. Required fields are marked *