
କିଛି ସଂସ୍ଥା ଓ ଘର ମାଲିକ ଭଡ଼ା ଦେବା ପାଇଁ କାନ୍ଥ ବା ବିଦ୍ୟୁତ ଖୁଣ୍ଟ ଓ ସରକାରୀ ଜାଗାରେ ଟୁ-ଲେଟ୍ ଲେଖି ମାରୁଛନ୍ତି। ଏହା ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି। ଏ ନେଇ ବିଏମସି ଲୋକମାନଙ୍କୁ ପୂର୍ବରୁ ସଚେତନ କରିଥିଲା। ଏବେ ୩ ସଂସ୍ଥାଠାରୁ ସରକାରୀ ଜାଗାରେ ଟୁ-ଲେଟ୍ ମାରିବା ଅଭିଯୋଗରେ ବିଏମସି ୫୦ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରିଛି। ହେଲେ ଜଣେ ବ୍ୟକ୍ତି ନିଜ ଘର ଭଡ଼ା ଲଗାଇବାକୁ ଚାହିଁଲେ ସେ ନିଜ ଘର ଆଗରେ ଟୁ-ଲେଟ୍ ମାରିପାରିବ ବୋଲି କୁହାଯାଇଛି।