
ସୂଚନାଯୋଗ୍ୟ, ପୂର୍ବରୁ ଏହି ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି। ନକଲି ସିମ କାର୍ଡ ବ୍ୟବହାର କରି ଗରିବ ଲୋକଙ୍କ ନାଁରେ ଜାଲ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି ଏହି ଠକ ଗ୍ୟାଙ୍ଗ ବିଭିନ୍ନ ସାଇବର ଅପରାଧୀଙ୍କୁ ବିକ୍ରି କରୁଥିଲେ। ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଏହି ରାକେଟ ତାଙ୍କର ନେଟଓ୍ବର୍କ ବିଛାଇ ଲୋକଙ୍କୁ ଫସାଇବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ସେକ୍ ଜମିରୁଦ୍ଦିନକୁ ପଶ୍ଚିମବଙ୍ଗରୁ ଗିରଫ କରିବା ପରେ ଏସଟିଏଫ୍ ଏବେ ଅନ୍ୟ ଠକଙ୍କୁ ଧରିବାକୁ ବିଭିନ୍ନ ରାଜ୍ୟରେ ଚଢାଉ ଜାରି ରଖିଛି।