Spread the love

 

Job_Fraud_1701862616

ଦିନକୁ ଦନ ବଢ଼ିବାରେ ଲାଗିଛି ସାଇବର ଅପରାଧ। କିଏ କେଉଁ ପ୍ରକାରେ ଲୋକଙ୍କୁ ଲଗାଉଛି ଚୁନା। କିଏ ନୂଆ ନୂଆ ସ୍କମି ବାହାର କରି ଲଟୁଛନ୍ତି ତ ଆଉ କିଏ ପାର୍ଟ ଟାଇମ୍‌ ଚାକିରି ଦେବା ନାଁରେ କରୁଛନ୍ତି ଠକେଇ। ଏଭଳି କିଛି ମାମାଲା ସାମ୍ନାକୁ ଆସିବା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି କେନ୍ଦ୍ର ସରକାର। ପାର୍ଟ ଟାଇମ୍‌ ଚାକିରି ତଥା ଘରେ ବସି ଚାକିରି ନାଁରେ ଠକେଇ କରୁଥିବା ୧୦୦ରୁ ଅଧିକ ଓ୍ୱେବ୍‌ସାଇଟ୍‌କୁ ବ୍ୟାନ୍ କରାଯାଇଛି। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଏହି ଓ୍ୱେବସାଇଟ୍‌ ଗୁଡିକ ଅର୍ଗାନାଇଜଡ ଇନ୍‌ଭେଷ୍ଟମେଣ୍ଟ ଓ ଟାସ୍କ ବୋର୍ଡ ପାର୍ଟ ଟାଇମ୍‌ ଜବ ସହ ଜଡିତ ଠକେଇରେ ସାମିଲ ଥିଲା। ଏହି ଓ୍ୱେବସାଇଟ୍‌ ଗୁଡିକ ବିଭିନ୍ନ ସାଇବର ଠକେଇ କରୁଥିଲା। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ସାଇବର କ୍ରାଇମ ଥ୍ରେଟ୍‌ ବିଶ୍ଳେଷଣ ୟୁନିଟ ଦ୍ୱାରା ସୁପାରିଶ କରାଯାଇଥିଲା। ଏହାପରେ କେନ୍ଦ୍ର ସରକାର ଏହି ଓ୍ୱେବସାଇଟ୍ ଗୁଡିକ ଉପରେ ଆକ୍ସନ ନେଇଛନ୍ତି।

ଗତ ସପ୍ତାହରେ ୧୦୦ ରୁ ଅଧିକ ଠକ ୱେବସାଇଟ ଚିହ୍ନଟ କରାଯାଇଥିଲା। ଏଗୁଡିକ ପୁଞ୍ଜି ବିନିଯୋଗ କିମ୍ବା ଟାସ୍କ ଭିତ୍ତିକ ପାର୍ଟ ଟାଇମ ଚାକିରି ଲୋଭ ଦେଖାଇ ଲୋକଙ୍କୁ ଲୁଟିବା କାମ କରୁଥିଲେ। ଏହି ୱେବସାଇଟ ଗୁଡିକ ବିଦେଶୀ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି। କମ୍ପାନୀଗୁଡିକ ଲୋକଙ୍କୁ ଠକିବା ପାଇଁ ଡିଜିଟାଲ ବିଜ୍ଞାପନ, ଚାଟ ମେସେଞ୍ଜର ଇତ୍ୟାଦି ବ୍ୟବହାର କରୁଥିଲେ। ବଡ ବଡ ଆର୍ଥିକ ଠକେଇର ଆୟ କାର୍ଡ ନେଟୱାର୍କ, କ୍ରିପ୍ଟୋକରେନ୍ସି ଏବଂ ଅନ୍ତର୍ଜାତୀୟ ଫିଣ୍ଟେକ କମ୍ପାନୀ ବ୍ୟବହାର କରି ଦେଶ ବାହାରକୁ ପଠାଯାଇଛି। ନ୍ୟାସ ତେଣୁ ଏହି ଓ୍ୱେବସାଇଟ୍‌ଗୁଡିକୁ ବ୍ୟାନ୍‌ କରିବାକୁ ପରାମର୍ଶ ଦିଆଯାଇଥିଲା।

ନ୍ୟାଶନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ଏବଂ ୧୯୩୦ ହେଲ୍ପଲାଇନ ମାଧ୍ୟମରେ ଏହିପରି ଠକେଇର ଅନେକ ଅଭିଯୋଗ ଗ୍ରହଣ କରାଯାଇଥିଲା। ମନ୍ତ୍ରଣାଳୟ କହିଛି ଏହି ଅପରାଧ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରୁଛି ଏବଂ ତଥ୍ୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। ଏହିପରି ୱେବସାଇଟ ଗୁଡିକ ଲୋକମାନଙ୍କୁ ନିଜ ଜାଲରେ ଫସାଉଛନ୍ତି। ଗୁଗୁଲ ଏବଂ ମେଟା ପରି ପ୍ଲାଟଫର୍ମରେ ଡିଜିଟାଲ ବିଜ୍ଞାପନ ମାଧ୍ୟମରେ ‘ଘରେ ଚାକିରି’ ଏବଂ ‘ଘରୁ କିପରି ରୋଜଗାର’ ଭଳି ଶବ୍ଦ ବ୍ୟବହାର କରି ଠକେଇ କରାଯାଉଛି। ବିଶେଷ କରି ଅବସରପ୍ରାପ୍ତ କର୍ମଚାରୀ, ମହିଳା ଏବଂ ବେକାର ଯୁବକ, ଯେଉଁମାନେ ପାର୍ଟ ଟାଇମ ଚାକିରି ଖୋଜନ୍ତି ସେମାନଙ୍କୁ ଟାର୍ଗେଟ କରିବା ଏମାନଙ୍କ ଲକ୍ଷ୍ୟ ରହିଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

 

Leave a Reply

Your email address will not be published. Required fields are marked *