
ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବ୍ୟକ୍ତିଗତ କୂଟନୈତିକ ଉଦ୍ୟମ ମଧ୍ୟ ସାମିଲ ଅଛି, ଯିଏ କି କତରର ଅମୀର ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଅନେକ ଜରୁରୀ ଆଲୋଚନା କରିଥିଲେ। ଏଥିରେ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍, ସିଆଇଏ ନିର୍ଦ୍ଦେଶକ ବିଲ୍ ବର୍ଣ୍ଣସ, ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ୍, ତାଙ୍କ ଡେପୁଟି ଜନ୍ ଫାଇନର ଏବଂ ଆମେରିକାର ମଧ୍ୟପ୍ରାଚ୍ୟ ପ୍ରତିନିଧି ବ୍ରେଟ୍ ମ୍ୟାକ୍ ଗର୍କ ପ୍ରମୁଖ ଅନେକ ଘଣ୍ଟା ଧରି ଆଲୋଚନାରେ ଭାଗ ନେଇଥିଲେ। ଏହି ପ୍ରୟାସରେ ସମ୍ପୃକ୍ତ ଦୁଇ ଜଣ ଅଧିକାରୀ କହିଛନ୍ତି ଯେ, ଏହି ଚୁକ୍ତି ଅନୁଯାୟୀ ୧୫୦ ପାଲେଷ୍ଟାଇନ କଏଦୀଙ୍କ ବଦଳରେ ହମାସ ୫୦ ଜଣ ବନ୍ଦୀଙ୍କୁ ମୁକ୍ତ କରିବ।
ମଧ୍ୟପ୍ରାଚ୍ୟ ଉପରେ ଅଭିଜ୍ଞ କୂଟନୀତିଜ୍ଞ ମ୍ୟାକଗର୍କ କତର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲରହମାନ ବିନ୍ ଜାସିମ୍ ଅଲ୍ ଥାନିଙ୍କ ସହ ପ୍ରତିଦିନ ସକାଳୁ ଫୋନ୍ କରି କଥା ହେଉଥିଲେ। ସେ ସୁଲିଭାନଙ୍କୁ ରିପୋର୍ଟ କରୁଥିଲେ ଏବଂ ବାଇଡେନଙ୍କୁ ପ୍ରତିଦିନ ଅବଗତ କରାଯାଉଥିଲା। ଏହି ପ୍ରକ୍ରିୟା ଲମ୍ବା ଓ ଜଟିଳ ଥିଲା, ଯୋଗାଯୋଗ କଷ୍ଟକର ଥିଲା ଏବଂ ଦୋହା କିମ୍ବା କାଇରୋରୁ ଗାଜାକୁ ବାର୍ତ୍ତା ପହଞ୍ଚାଇବାକୁ ପଡୁଥିଲା ବୋଲି ଅଧିକାରୀମାନେ କହିଛନ୍ତି।