Spread the love

 

car-1

ମୁଜାଫରନଗର: ଗତ ପାହାନ୍ତାରେ ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲା ଦେଇ ଯାଇଥିବା ଦିଲ୍ଲୀ-ଡେରାଡୁନ୍‌ ରାଜପଥରେ ଗୋଟାଏ କାର୍‌ ଓ ଗୋଟାଏ ଟ୍ରକ୍‌ ମଧ୍ୟରେ ଧକ୍କା ଲାଗିବାରୁ ଅନ୍ୟୂନ ୬ଜଣଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।
ମୃତ ବ୍ୟକ୍ତିମାନେ ଥିଲେ ପରସ୍ପରର ସାଙ୍ଗ। ସେମାନେ ଦିଲ୍ଲୀରୁ ଉତ୍ତରାଖଣ୍ଡର ହରିଦ୍ବାର ଅଭିମୁଖେ ଯାଉଥିଲେ। ସୋମବାର ରାତି ପ୍ରାୟ ୪ଟା ବେଳେ ଛପର ଥାନା ଅଞ୍ଚଳର ରାମପୁର ଜଙ୍କ୍‌ସନ୍‌ ନିକଟ ୫୮ ନମ୍ବର ଜାତୀୟ ରାଜପଥରେ ସେମାନଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ମୃତ ସାଙ୍ଗମାନେ ହେଉଛନ୍ତି, ଦିଲ୍ଲୀ ଶାହଦରା ନିବାସୀ ଶିବମ୍‌ ତ୍ୟାଗି, ପରଶ ଶର୍ମା, କୁନାଳ ଶର୍ମା, ଧୀରଜ, ବିଶାଳ ଓ ଆଉ ଜଣେ ଅଜ୍ଞାତ ବ୍ୟକ୍ତି।

 

Leave a Reply

Your email address will not be published. Required fields are marked *