
ଲାଲୁ ଯାଦବ ବିହାରରେ ରାବିଡି ଦେବୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିବାରୁ ନିତ୍ୟାନନ୍ଦ ନିକଟରେ ସମାଲୋଚନା କରିଥିଲେ । ଏହାର ଜବାବରେ ଲାଲୁ ଏକଥା କହିଛନ୍ତି ।
ଲାଲୁ ଅଭିଯୋଗ କରିଛନ୍ତି ଯେ ନିତ୍ୟାନନ୍ଦ ରାୟ ହାଜିପୁରରୁ ଗାଈମାନଙ୍କୁ ନେଇ ହତ୍ୟା କରୁଥିଲେ। ଗାଈ ଓ ମଇଁଷି ହତ୍ୟା କରିବା ତାଙ୍କର ବ୍ୟବସାୟ ଥିଲା। ଏହି ସମୟରେ ଲାଲୁ ଯାଦବ ଦାବି କରିଥିଲେ ଯେ ନିତ୍ୟାନନ୍ଦ ରାୟ ଆରଜେଡିରେ ଯୋଗ ଦେବା ପାଇଁ ମୋ ପାଖକୁ ଆସିଥିଲେ। ସେ ଅନେକ ଥର ଅନୁରୋଧ ବି କରିଥିଲେ । ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ହାଜିପୁରରେ ନିତ୍ୟାନନ୍ଦଙ୍କ ବିରୋଧରେ ତେଜପ୍ରତାପ ଯାଦବଙ୍କୁ ନିର୍ବାଚନରେ ପ୍ରାର୍ଥୀ କରନ୍ତି ତେବେ ସେ ଅମାନତ ହରାଇବେ ।
ଲାଲୁ ଯାଦବ ମଧ୍ୟ ବିଜେପି ପକ୍ଷରୁ ଆୟୋଜିତ ଯାଦବ ସମ୍ମିଳନୀକୁ ସମାଲୋଚନା କରିଥିଲେ । ସେ କହିଥିଲେ ଯେ ବିଜେପିକୁ ଯାଦବଙ୍କ ନାଁରେ କଂସ ଆସୁଛନ୍ତି ।