Spread the love

 

Bombing-in-Nayagarh

ନୟାଗଡ: କମେଣ୍ଟମରାକୁ କେନ୍ଦ୍ରକରି ବୋମାମାଡ଼। ନୟାଗଡ଼ ଖଣ୍ଡପଡା ଥାନା କୁମ୍ଭାରପଡା ଗାଁରେ ଏହି ଘଟଣା ଘଟିଛି। ବୋମାମାଡ଼ରେ ୧୨ ଜଣ ଆହତ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ରଂଜିତ ନାୟକ ଏବଂ ପଡୋଶୀ ଦୁଃଶାସନ ନାୟକଙ୍କ ମଧ୍ୟରେ ଦୀର୍ଘଦିନ ହେବ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳେ ଦୁଃସାସନ ନାୟକ ରଂଜିତ ନାୟକଙ୍କୁ କମେଣ୍ଟ ମାରିଥିଲେ।

ଏଥିରେ ରଂଜିତ ରାଗିଯାଇ ବୋମାମାଡ଼ କରିଥିଲେ। ଏଥିରେ ୧୨ ଜଣ ଆହତ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଣ୍ଡପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅଭିଯୁକ୍ତ ରଂଜିତ ନାୟକ ଘଟଣା ପରେ ଫେରାର ହୋଇଯାଇଛି।

 

Leave a Reply

Your email address will not be published. Required fields are marked *