Spread the love

 

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀପାବଳି ଶୁଭେଚ୍ଛା। ଆଲୋକର ପର୍ବ ଦୀପାବଳି ଅବସରରେ ରାଜ୍ୟର ସବୁ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ ବୋଲି ସେ ଟ୍ୱିଟ କରି କହିଛନ୍ତି।

ସେହିପରି ଆଜିଠାରୁ ଧରାବତରଣ କରିବେ ମହାଶକ୍ତି ମହାକାଳୀ । ଏଥିପାଇଁ ସବୁ ମଣ୍ଡପରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମଧ୍ୟରାତ୍ରୀରେ ଶ୍ୟାମାକାଳୀଙ୍କୁ ଆବାହନ କରିବେ ମଣ୍ଡପ କର୍ମକର୍ତ୍ତା । ଚଣ୍ଡିପାଠରେ କମ୍ପିବ ପୂଜା ମଣ୍ଡପ । ମହାଶକ୍ତିଙ୍କ ପୂଜା ପାଇଁ ସଜେଇ ହୋଇଛି ସବୁ ମଣ୍ଡପ ।

 

Leave a Reply

Your email address will not be published. Required fields are marked *