
କାଳୀପୂଜା ଠାରୁ ୭ ଦିନ ଦିନ ଧରି ମାଆ ଭଦ୍ରକାଳୀ ୭ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ମାଁ ଭଦ୍ରକାଳୀ ପୀଠ ସମେତ ଚରମ୍ପା ଅଞଳରେ ୯ ଗୋଟି ମେଢରେ ପୂଜା ପାଇବେ ମାଁ କାଳୀ । ସବୁଠି ମୂର୍ତି ଓ ତୋରଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପୂଜାକୁ ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ସବୁ କମିଟି ପକ୍ଷରୁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟୟରେ ପହଞ୍ଚିଲାଣି।ଜିଲ୍ଲା ବାହାରୁ ମଧ୍ୟ୍ୟ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ ଏହି ମାଙ୍କ ପୂଜାରେ। ଏଥିଲାଗି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
କେବଳ ପୂଜା ବୁଲିବା ନୁହେଁ , ଲୋକଙ୍କ ମନୋରଂଜନ ଲାଗି ବିଭିନ୍ନ ସ୍ଥାନରେ ମୀନାବଜାର ସହ ମେଲୋଡିର ଆୟୋଜନ କରାଯାଇଛି । ଛୋଟ ପିଲାଙ୍କ ପାଇଁ ଦୋଳିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ବାହାନଗା ଠାରେ ଘଟିଥିବା ରେଳ ଦୃଘଟଣାର ଦୁଃଖଦ ଘଟଣାକୁ ପୂଜା ମଣ୍ଡପରେ ଦେଖିବାକୁ ମିଳିବ । ସେହିପରି ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଯାତ୍ରା ରାଜନନ୍ଦିନୀ ଅପେରା ଏ ବର୍ଷର ସୁପର୍ ହିଟ୍ ଯାତ୍ରା ବାଟ ସରିଗଲା ବାହାନଗରେ ମଞ୍ଚସ୍ଥ କରିବାକୁ ଯାଉଛି । ଏଥର କାଳୀପୂଜାରେ ଲୋକମାନେ ଖୁବ୍ ବଜା ଉଠାଇବେ ।