Spread the love

 

amas

ବାରିପଦା,୯।୧୧: ମୟୂରଭଞ୍ଜ ଜିଲାର ଅମର୍ଦ୍ଧା ଏୟାରଷ୍ଟ୍ରିପ୍‌‌କୁ ଏକ ବ୍ୟବସାୟିକ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଅର୍ଥରାଶି ମଞ୍ଜୁର କରିଥିବା ନେଇ କେନ୍ଦ୍ର ଆଦିବାସୀ ବ୍ୟାପାର ତଥା ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି।

ସିନ୍ଧିଆ ତାଙ୍କ ପତ୍ରରେ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅମର୍ଦ୍ଧା ଏୟାରଷ୍ଟ୍ରିପ୍‌‌ର ବିକାଶ କରିବା ଲାଗି ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ଅନୁମତି ଦିଆଯାଇଛି। ଏହା ସହିତ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ମଧ୍ୟ ଗତ
ଅକ୍ଟୋବର ମାସରେ ଜମି ହସ୍ତାନ୍ତର କରାଯାଇଛି। ମନ୍ତ୍ରୀ ସିନ୍ଧିଆ କହିଛନ୍ତି, ଉଡ଼ାନ୍‌‌ ୪ ପଏଣ୍ଟ ୨ ଟେଣ୍ଡର ଅନୁସାରେ ଭୁବନେଶ୍ୱର-ଅମର୍ଦ୍ଧା ଭୁବନେଶ୍ୱର ମଧ୍ୟରେ ୯ ସିଟ୍‌‌ ବିଶିଷ୍ଟ ବିମାନ ଚଳାଇବା ପାଇଁ ସ୍ଥିର କରାଯାଇଛି।

 

Leave a Reply

Your email address will not be published. Required fields are marked *