
ଗତକାଲି ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଦିଲ୍ଲୀ-ଏନସିଆର ବ୍ୟତୀତ ୟୁପି, ବିହାର, ଉତ୍ତରାଖଣ୍ଡ, ହରିୟାଣା ଭଳି ରାଜ୍ୟରେ ମଧ୍ୟ ଭୂକମ୍ପ ଝଟକା ଲାଗିଥିଲା।
ତେବେ ନେପାଳର ପଶ୍ଚିମ ଭାଗରେ ଜାଜରକୋଟ ଏବଂ ଏହାର ଆଖପାଖ ଅଞ୍ଚଳରେ ୫. ୬ ତୀବ୍ରତା ଏକ ଭୂକମ୍ପ ଘଟିଥିଲା । ଆଉ ଏଥିପାଇଁ ଉତ୍ତର ଭାରତରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା । ଗତ ଶୁକ୍ରବାର ରାତିରେ ଏଠାରେ ଭୂକମ୍ପ ଝଟକା ଲାଗିଥିଲା, ଯେଉଁଥିରେ ୧୫୩ ଜଣ ପ୍ରାଣ ହରାଇଥିଲେ ।