
ଏକ କାର୍ଯ୍ୟକ୍ରମରେ ଉକ୍ତ କମ୍ପାନୀର କର୍ମଚାରୀଙ୍କୁ ରୋୟାଲ ଏନ୍ଫିଲ୍ଡ ବାଇକ୍ର ଚାବି ଦିଆଯାଉଥିବା ଭିଡିଓ ସାମ୍ନାକୁ ଆସିଛି। ଚାବି ବଣ୍ଟା ଯିବା ପରେ ଏହି ଚା’ କମ୍ପାନୀର ମାଲିକ କର୍ମଚାରୀଙ୍କ ସହିତ ରୋୟାଲ ଏନ୍ଫିଲ୍ଡ ବାଇକ୍ରେ ବୁଲିବାକୁ ଯାଉଥିବାର ଦେଖିବାକୁ ମିଳିଛି। ଏହା କହିବା ଅନାବଶ୍ୟକରେ ରୋୟାଲ ଏନ୍ଫିଲ୍ଡ ବାଇକ୍ ପାଇବା ପରେ କମ୍ପାନୀ କର୍ମଚାରୀଙ୍କ ପାଦ ଆଉ ତଳେ ଲାଗୁ ନାହିଁ। ସେମାନେ ବହୁତ ଖୁସି ଅଛନ୍ତି। ଏଥର ଦୀପାବଳି ସ୍ମୃତି ହୋଇ ରହିବ ବୋଲି ସେମାନେ କହିଛନ୍ତି।
ଜଣେ କର୍ମଚାରୀ ନ୍ୟୁଜ୍ ଏଜେନ୍ସୀ ପିଟିଆଇକୁ କହିଛନ୍ତି, ଆମେ କେବେ ବି ଏଭଳି ଉପହାର ଆଶା କରି ନଥିଲୁ। ସେ (ଚା’ କମ୍ପାନୀର ମାଲିକ) ୧୫ଟି ରୋୟାଲ ଏନ୍ଫିଲ୍ଡ ବାଇକ୍ ଉପହାରରେ ଦେଇଛନ୍ତି। ଆମ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ସେ ଏହି ଉପହାର ଦେଇଛନ୍ତି।
ଏହା ପୂର୍ବରୁ ହରିୟାଣାର ଏକ ଔଷଧ କମ୍ପାନୀ MitsKart ତା’ର କର୍ମଚାରୀମାନଙ୍କୁ ଦୀପାବଳି ପହାର ସ୍ୱରୂପ କାର ପ୍ରଦାନ କରିଛି। କମ୍ପାନୀର ଅଧ୍ୟକ୍ଷ ତାଙ୍କର ୧୨ ଜଣ କର୍ମଚାରୀଙ୍କୁ ଟାଟା ପଞ୍ଚ କାରର ଚାବି ପ୍ରଦାନ ବେଳର ଭିଡିଓ ସାମ୍ନାକୁ ଆସିଥିଲା। କାର୍ ପାଇଥିବା ଏହି କର୍ମଚାରୀଙ୍କ ମଧ୍ୟରେ ଜଣେ ଅଫିସ୍ ହେଲ୍ପର ମଧ୍ୟ ଥିଲେ। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।