
ଉଲ୍ଲେଖଯୋଗ୍ୟ, ସହରର ଉନ୍ନତିକରଣ ପାଇଁ ୧୬୧ଟି ପ୍ରକଳ୍ପ ବାବଦକୁ ମୋଟ ୧୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଏଥିରେ ସହର ସୌନ୍ଦର୍ଯ୍ୟୀକରଣ ସମେତ ଡ୍ରେନ୍, ପାର୍କ, ଶିଶୁ କ୍ରୀଡ଼ା ଉଦ୍ୟାନ, ୱାକିଂ ଟ୍ରାକ୍, ବୃକ୍ଷରୋପଣ, ଶୌଚାଳୟ, କମ୍ୟୁନିଟି ସେଣ୍ଟର, ୫ଟି ବିଦ୍ୟାଳୟ ରୂପାନ୍ତରଣ, ଖୋଲା ସ୍ଥାନର ଉନ୍ନତିକରଣ, ଜଳାଶୟ ପୁନରୁଦ୍ଧାର, ପବ୍ଲିକ୍ ଜିମ୍, ଭେଣ୍ଡିଂ ଜୋନ୍ ଆଦି ନିର୍ମାଣ କରାଯିବ। ଏହି ପ୍ରକଳ୍ପ ସିଧାସଳଖ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଓ ବସ୍ତି ଉନ୍ନୟନ ସଂଘ ମାଧ୍ୟମରେ କାର୍ଯ୍ୟକାରୀ ହେବ। ଏହି ଅବସରରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡା. ଶୁଭଙ୍କର ମହାପାତ୍ର, ଡେପୁଟି କମିସନର ସୁଧାଂଶୁ ଭୋଇ, ସୀତାଦେବୀ ମାଝୀ, ରୋନିତ କୁମାର, ସୁକାନ୍ତ ବେହୁରିଆ, ଆସିଷ୍ଟାଣ୍ଟ କମିସନର ନରେନ୍ଦ୍ର ପ୍ରଧାନ, ଗୌରବମୟ ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ଅଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।