
ଏହି ବସ୍ରେ ଯାତ୍ରା ପାଇଁ ଶୁନରୁ ୧୦ କି.ମି. ଯାଏଁ ଯାତ୍ରୀଙ୍କୁ ମାତ୍ର ୫ ଟଙ୍କା ଦେବାକୁ ପଡିବ। ସେହିପରି ୧୧-୨୦ କି.ମି. ୧୦ ଟଙ୍କା, ୨୧-୪୧ କି.ମି. ୧୫ଟଙ୍କା, ୪୧-୬୦ କି.ମି. ୨୫ ଟଙ୍କା ଓ ୬୧-୮୦ କି.ମି. ୩୦ଟଙ୍କା ଦେବାକୁ ପଡିବ। ପ୍ରତ୍ୟେକ ଗ୍ରାମାଞ୍ଚଳରେ ଏହି ବସ୍ ପାଇଁ ଷ୍ଟପେଜ ବ୍ୟବସ୍ଥା ମଧ୍ୟ ରହିବ। ଏହାଦ୍ୱାରା ଯାତ୍ରୀମାନେ କମ୍ ଖର୍ଚ୍ଚାନ୍ତରେ ନିଜ ଅଞ୍ଚଳରୁ ଗନ୍ତବ୍ୟ ସ୍ଥଳକୁ ସୁବିଧାରେ ଯାତାୟାତ କରିପାରିବେ।
ବସ୍ ଚଳାଚଳ କରିବା ପରେ ଜିଲାର ଯୋଗାଯୋଗ ଓ ପରିବହନ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡି ହେବ ବୋଲି କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ଗତିକୃଷ୍ଣ ସାମନ୍ତରାୟ ପ୍ରକାଶ କରିଛନ୍ତି।