Spread the love

 

cong

ପୁରୀ: ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଅଳଙ୍କାର ଗଣତି ଆଦି ଦାବିରେ ବଡ଼ଦାଣ୍ଡରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା କରାଯାଇଛି। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ତାରା ବାହୀନିପତି ଓ ପୁରୀ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇ ଚାରିଦ୍ୱାର ଖୋଲିବାକୁ ଦାବି କରିଛନ୍ତି। ଏଥି ସହିତ ରତ୍ନଭଣ୍ଡାରେ ଥିବା ରତ୍ନର ଗଣତି ଏବଂ ମରାମତି କାମ ଦାବି କରୁଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି କଂଗ୍ରେସର ନେତୃବୃନ୍ଦ। ଆଗାମୀ ୨୮ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ପୁଣି ଅନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ପୁରୀ ଏବଂ ଖୋର୍ଦ୍ଧାରେ ଜଗନ୍ନାଥ ମହାପ୍ରଭୁଙ୍କ ଭୋଗ କରୁଥିବା ଜମିର ସ୍ଥାୟୀ ସମାଧାନ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିବାଦ କରୁଛି କଂଗ୍ରେସ। ଗୁଣ୍ଡିଚା ମନ୍ଦିରଠୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ଜନସମାବେଶ ଆୟୋଜିତ ହୋଇଛି।

 

Leave a Reply

Your email address will not be published. Required fields are marked *