
ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ଆଜିଠାରୁ ଆରମ୍ଭ ହୋଇଛି ନବଦିନବ୍ୟାପି ଶାକ୍ତ ଗୁଣ୍ଡିଚା ବା ଗୁପ୍ତଗୁଣ୍ଡିଚା ଯାତ୍ରା। ଶାରଦୀୟ ଦୁର୍ଗାପୂଜା ଅବସରରେ ପ୍ରଭୁ ମାଧବ ଦେବୀ ଦୁର୍ଗାଙ୍କୁ ସଙ୍ଗରେ ନେଇ ଗୁପ୍ତରେ ଗୁଣ୍ଡିଚା ଯାତ୍ରା କରିଥାନ୍ତି।
ଏଣେ ପ୍ରବିତ୍ର ମହାଳୟାରେ ଯାଜପୁରର ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ଵତନ୍ତ୍ର ପରମ୍ପରା ରହିଛି। ବିଶେଷକରି ଆଜିର ଦିନରେ ପିଣ୍ଡଦାନ କାଲେ ପିତୃପୁରୁଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ଵାସ ରହିଛି। ଏଥିପାଇଁ ଆଜି ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଥିବା ନାଭିଗୟା କୁଣ୍ଡରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଏହି ଭିଡ଼କୁ ଲକ୍ଷ୍ୟ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଇନ୍ଦୁ ପୂର୍ଣ୍ଣିମା ଠାରୁ ପିତୃପକ୍ଷ ଅବସରରେ ଯାଜପୁରର ନାଭିଗୟାଠାରେ ଦୈନିକ ଶହଶହ ଶ୍ରଦ୍ଧାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ପିଣ୍ଡଦାନ କରିଥିଲେ। ତେବେ ଆଜି ପିତୃପକ୍ଷର ଶେଷ ଦିନ ତଥା ମହାଳୟା ଅବସରରେ ଶହ ଶହ ଶ୍ରଦ୍ଧାଳୁ ପିଣ୍ଡଦାନ ପାଇଁ ମାଙ୍କ ପୀଠକୁ ଆସିବାର ଲକ୍ଷ୍ୟ ରଖାଯାଇଛି।