Spread the love

 

google

ସାନ୍‌ଫ୍ରାନ୍‌ସିସ୍‌କୋ: ‘ମାସାଚ୍ୟୁସେଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’, ‘କାର୍ଣ୍ଣିଜି ମେଲୋନ୍‌‘ ଓ ‘ଷ୍ଟାନ୍‌ଫୋର୍ଡ’ ସମେତ ୧୬ଟି କଲେଜ୍‌ ଆଡ୍‌ମିସନ୍‌ କରାଇ ଦେଇ ନ ଥିବା ଜଣେ ହାଇସ୍କୁଲ୍‌ ପାସ୍‌ ତରୁଣଙ୍କୁ ‘ଗୁଗଲ୍‌’ ଚାକିରି ଦେଇଥିବା କଥା ‘ଏବିସି୭ନିଉଜ୍‌’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ଆମେରିକାର ପାଲାଓ ଅଲ୍‌ଟୋବାସୀ ୧୮ ବର୍ଷିୟ ଷ୍ଟେନ୍‌ଲି ଝୋଙ୍ଗ୍‌ ଚଳିତ ବର୍ଷ ଗନ୍‌ ହାଇସ୍କୁଲ୍‌ରୁ ପାସ୍‌ (ହାଇସ୍କୁଲ୍‌ ଗ୍ରାଜୁଏଟ୍‌) କରିଥିଲେ। ‘ସ୍କୋଲାଟିକ୍‌ ଆସେସ୍‌ମେଣ୍ଟ୍‌ ଟେଷ୍ଟ୍‌’ରେ ସେ ୧୬୦୦ ନମ୍ବରରୁ ୧୫୯୦ ରଖି ଏବଂ ସଫୋମୋର୍‌ ଇୟର୍‌ରେ ନିଜର ଷ୍ଟାର୍ଟ-ଅପ୍ ବା ନୂଆ କମ୍ପାନି ‘ରାବିଟ୍‌ସାଇନ୍‌’ ଆରମ୍ଭ କରିଥିଲେ ବି ଅଧିକ ଅଧ୍ୟୟନ ନିମନ୍ତେ ସେ ଆବେଦନ କରିଥିବା ୧୮ଟି କଲେଜରୁ ୧୬ଟି କଲେଜ୍ ତାଙ୍କ ଆବେଦନପତ୍ର ଖାରଜ କରିଥିଲେ। କେବଳ ଷ୍ଟେନ୍‌ଲି ନୁହନ୍ତି, ତାଙ୍କ ପରି ହଜାର ହଜାର ଶିକ୍ଷାର୍ଥୀଙ୍କ ଆବେଦନପତ୍ର ନାକଚ ହୋଇଯାଇଥିଲା।

ଏତେଗୁଡ଼ାଏ ପ୍ରତିଷ୍ଠାନରୁ ନିରାଶ ହେବା ପରେ ‘ଗୁଗଲ୍‌’ରେ ଝୋଙ୍ଗ୍‌ ଜଣେ ସଫ୍ଟୱେର୍‌ ଇଞ୍ଜିନିୟର୍‌ ଭାବେ ପୂର୍ଣ୍ଣକାଳୀନ ଚାକିରି ଖଣ୍ଡେ ପାଇଲେ। ଚଳିତ ସପ୍ତାହରେ ସେ ଏହି ନୂଆ ଚାକିରିରେ ଯୋଗ ଦେଇଛନ୍ତି।

‘ଏଜୁକେସନ୍‌ ଆଣ୍ଡ୍‌ ୱାର୍କ‌ଫୋର୍ସ’ର ‘ହାଉସ୍‌ କମିଟି’ରେ ସେପ୍ଟେମ୍ବର ୨୮ ତାରିଖ ଜଣେ ସାକ୍ଷୀ ଦିନ ଷ୍ଟେନ୍‌ଲିଙ୍କ ଦୁର୍ଦ୍ଦଶା ଉପରେ ଗୁରୁତ୍ବାରୋପ କରିଥିଲେ। ‘ଏବିସି୭’ ସମ୍ବାଦପତ୍ର ଲେଖିଛି ଯେ, ଚଳିତ ଗ୍ରୀଷ୍ମଋତୁରେ ସୁପ୍ରିମ୍‌ କୋର୍ଟଙ୍କ ନିଷେଧାଜ୍ଞା ଯୋଗୁଁ ଇଚ୍ଛା ଥିଲେ ‌ବି ଅନେକ ଶିକ୍ଷା ପ୍ରତିଷ୍ଠାନ ଷ୍ଟେନ୍‌ଲିଙ୍କ ପରି ହଜାର ଜହାର ଶିକ୍ଷାର୍ଥୀଙ୍କୁ ନାଁ ଲେଖାଇ ଦେଇ ପାରିଲେ ନାହିଁ। କଲେଜ୍‌ ଆଡ୍‌ମିସନ୍‌ରେ ବିଶ୍ବବିଦ୍ୟାଳୟ ପଦ୍ଧତି ଲାଗୁ କରିବା ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଏ ଭଳି ପଦକ୍ଷେପ ଯୋଗୁଁ ଶିକ୍ଷାର୍ଥୀମାନେ ଅସୁବିଧାରେ ପଡ଼ିଛନ୍ତି।

କେବଳ ଟେକ୍ସାସ୍‌ ଓ ମେରିଲାଣ୍ଡ୍‌ ବିଶ୍ବବିଦ୍ୟାଳୟ ତାଙ୍କୁ ଆଡ୍‌ମିସନ୍‌ ପାଇଁ ଉପଯୁକ୍ତ ବୋଲି ମନୋନୀତ କରିଥିଲେ। ସେ ଟେକ୍ସାସ୍‌ ବିଶ୍ବବିଦ୍ୟାଳୟରେ ନାଁ ଲେଖାଇବା ପାଇଁ ପ୍ରସ୍ତୁତି କରୁଥିବା ବ‌େଳେ ‘ଗୁଗଲ୍‌’ରେ ଚାକିରି ମିଳିଯିବାରୁ ସେ ଅଉ ପାଠପଢ଼ା ପ୍ରତି ମନ ବଳାଇଲେ ନାହିଁ।

 

Leave a Reply

Your email address will not be published. Required fields are marked *