Spread the love

dharmendra

ଭୁବନେଶ୍ୱର :ଜାତିଗତ ଜନଗଣନା ଆଳରେ ସୋମବାର କଂଗ୍ରେସ ସମାଜକୁ ବିଭାଜିତ କରି ରାଜନୈତିକ ରୁଟି ସେକିବା ପାଇଁ ଚେଷ୍ଟା କରିଛି। ସ୍ବାଧୀନତା ପରଠାରୁ ୟୁପିଏ-୨ ପର୍ଯ୍ୟନ୍ତ କଂଗ୍ରେସ ଜାତିଗତ ଜନଗଣନାକୁ ତୀବ୍ର ବିରୋଧ କରିଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଟୁଇଟ୍‌ କରି କହିଛନ୍ତି।

ଧର୍ମେନ୍ଦ୍ର ଟୁଇଟ୍‌ କରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ପ୍ରଥମେ ସ୍ପଷ୍ଟ କରନ୍ତୁ କଂଗ୍ରେସ ଦଶନ୍ଧି ଦଶନ୍ଧି ଧରି ଶାସନରେ ରହିବା ସତ୍ତ୍ୱେ କାହିଁକି ଜାତିଗତ ଜନଗଣନା କଲା ନାହିଁ। ଜାତିଗତ ଜନଗଣନାର ସାମ୍ବିଧାନିକ ଅଧିକାର କେବଳ କେନ୍ଦ୍ର ସରକାରଙ୍କ ହାତରେ ନ୍ୟସ୍ତ ରହିଛି।

ଜାତିଗତ ଜନଗଣନା ଉପରେ ରାହୁଲ କେବଳ ବିଭ୍ରାନ୍ତିକର କଥା କହୁଛନ୍ତି। ତାଙ୍କ ନେତା ରାଜୀବ ଗାନ୍ଧୀ ମଣ୍ଡଳ କମିଶନ ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ଚାକିରିରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ ବିରୋଧ କରିଥିଲେ, ଏହା ସତ ନୁହେଁ କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ନାଟକ ସେହି ରାଜନୈତିକ ଭୁଲ୍‌କୁ ଲୁଚାଇବା ପାଇଁ ଏକ ପ୍ରୟାସ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *