Spread the love

 

ars

ନୂଆଦିଲ୍ଲୀ: କଶ୍ମୀର ଓ ଅରୁଣାଚଳ ପ୍ରଦେଶକୁ ବିବାଦୀୟ ଅଞ୍ଚଳ ଦର୍ଶାଇ ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ NewsClick (ନ୍ୟୁଜ କ୍ଲିକ୍) ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ ଓ ଏଚ ଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି।

ପୁଲିସ ଦାବି କରିଛି ଯେ ପୁରକାୟସ୍ଥ, ନେଭିଲ୍ ରୟ ସିଂଘମ୍ ଏବଂ ସିଂଘମର ସାଙ୍ଘାଇ ସ୍ଥିତ କମ୍ପାନୀର କିଛି ଚୀନ୍ କର୍ମଚାରୀଙ୍କ ମଧ୍ୟରେ ଇ-ମେଲ୍ ଆଦାନ ପ୍ରଦାନ ହୋଇଥିଲା ଯେଉଁଥିରେ କଶ୍ମୀର ବିନା ଭାରତର ମାନଚିତ୍ର କିପରି ତିଆରି ହେବ ଏବଂ ଅରୁଣାଚଳ ପ୍ରଦେଶକୁ ବିବାଦୀୟ ଅଞ୍ଚଳ ଭାବେ ଦର୍ଶାଯାଇଥିଲା।

ଏହି ଉଦ୍ଦେଶ୍ୟ ପୂରଣ ପାଇଁ ପୁରକାୟସ୍ଥ ଓ ତାଙ୍କ ସହ?seଗୀମାନେ 115 କୋଟି ଟଙ୍କାରୁ ଅଧିକ ବିଦେଶୀ ପାଣ୍ଠି ପାଇଥିଲେ ବୋଲି ମଧ୍ୟ ପୁଲିସ ଦାବି କରିଛି। ସେହିପରି କୃଷକଙ୍କ ଆନ୍ଦୋଳନକୁ ଦୀର୍ଘସୂତ୍ରୀ କରି ସମ୍ପତ୍ତି ନଷ୍ଟ କରିବା ପାଇଁ ପ୍ରବର୍ତ୍ତାଇବା, ଏବଂ କରୋନା ମହାମାରୀର ପ୍ରସାରକୁ ରୋକିବା ପାଇଁ ଭାରତ ସରକାରଙ୍କ ପ୍ରୟାସକୁ ଅସମ୍ମାନିତ କରିବା ପାଇଁ ଏକ ମିଛ କାହାଣୀ ସଂପୃକ୍ତ ଓ୍ବେବସାଇଟ୍ ଜରିଆରେ ପ୍ରଚାର କରାଯାଉଥିବା ପୋଲିସ ଦାବି କରିଛି।

ଦିଲ୍ଲୀରେ ଥିବା NewsClickର ଅଫିସକୁ ପୁଲିସ ସିଲ୍ କରିବା ସହ 46 ସନ୍ଦିଗ୍ଧଙ୍କୁ ପଚରାଉଚରା କରିଛି। ଯାଞ୍ଚ ପାଇଁ ଡିଜିଟାଲ୍ ଡିଭାଇସ୍ ଓ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ପୁରକାୟସ୍ଥ ଓ ଚକ୍ରବର୍ତ୍ତୀଙ୍କୁ 15 ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ କରିଥିବା ବେଳେ କୋର୍ଟ ସେମାନଙ୍କୁ 7 ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

 

Leave a Reply

Your email address will not be published. Required fields are marked *