Spread the love

 

earthqu

ଜାପାନରେ ୬.୬ ତୀବ୍ରତାର ଭୂମିକମ୍ପ । ଭୂମିକମ୍ପ ପରେ ଜାପାନର ପାଣିପାଗ ବିଭାଗ ମଧ୍ୟ ସୁନାମୀ ଚେତାବନୀ ଦେଇଛି। ୫ ଅକ୍ଟୋବର ଦିନ ଜାପାନୀ ସମୟ ୧୧ ଟା ବେଳେ ଏହି ଭୂକମ୍ପ ଘଟିଥିଲା।

ଜାପାନର ଇଜୁ ଦ୍ୱୀପରେ ୧ ମିଟର ଉଚ୍ଚତା ବିଶିଷ୍ଟ ତରଙ୍ଗ ପୂର୍ବାନୁମାନ କରିଥିବାବେଳେ ପୂର୍ବର ଚିବା ପ୍ରିଫେକ୍ଟର ଠାରୁ ପଶ୍ଚିମରେ କାଗୋସିମା ପ୍ରିଫେକ୍ଟର ପର୍ଯ୍ୟନ୍ତ ୦.୨ ମିଟର ତରଙ୍ଗ ହେବାର ଆଶଙ୍କା ରହିଛି। ସତର୍କତା ଭାବରେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା । ମଙ୍ଗଳବାର ଦ୍ୱିପହରରେ ୨.୫୧ ରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଭୂକମ୍ପର ତୀବ୍ରତା ୬.୨ ରେ ରହିଥିଲା ।

 

Leave a Reply

Your email address will not be published. Required fields are marked *