Skip to content

ନବରଙ୍ଗପୁର: ସଡ଼କ ଦୁର୍ଘଟଣାରେ ଚାଲିଗଲା ସଡ଼କ ପରିବହନ ବିଭାଗର ଡ୍ରାଇଭରଙ୍କ ଜୀବନ। ଅଜଣା କାର ଧକ୍କାରେ ଜଣେ ଆରଟିଓ ଡ୍ରାଇଭରଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି। ମୃତକ ହେଲେ ଦିଲୀପ ନାୟକ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ସେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା କାର୍ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା।