
ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ବି ମିଳିଛି । ଈଶା ସିଂ ଭାରତ ପାଇଁ ଏହି ପଦକ ହାସଲ କରିଛନ୍ତି। ସେହିପରି ପୁରୁଷ ଟେନିସ ଡବଲ୍ସରେ ସାକେତ୍-ରାମନାଥନ୍ ଯୋଡ଼ି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ।
ନର ହାଙ୍ଗଝୌରେ ଆୟୋଜିତ ଏସୀୟ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ଭାରତ ପଦକ ସଂଖ୍ୟା ୩୦ରେ ପହଞ୍ଚିଛି। ସେଥି ମଧ୍ୟରେ ୮ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୧୧ ବ୍ରୋଞ୍ଜ ପଦକ ରହିଛି। ୩୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ଭାରତ।
ଗତକାଲି ପୁରୁଷ 10 ମିଟର ଏୟାର ରାଇଫଲ ଇଭେଣ୍ଟରେ ଅର୍ଜୁନ ଚିମା, ସରବଜୋତ ସିଂ, ଶିବ ନରୱାଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ।