
ଚୀନର ପ୍ରଥମ ଚନ୍ଦ୍ର ଅଭିଯାନର ମୁଖ୍ୟ ବୈଜ୍ଞାନିକ ତଥା ଚୀନର ମହାକାଶ ବିଜ୍ଞାନୀ ଓୟାଙ୍ଗ ଜିୟୁଆନ୍ ବୁଧବାର ଏହି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ମହାକାଶଯାନ ଚନ୍ଦ୍ରର ଦକ୍ଷିଣ ମେରୁର ଆଖପାଖ ଅଂଚଳରେ ବି ଅବତରଣ କରିନଥିଲା। ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସର ସଦସ୍ୟ ଓୟାଙ୍ଗ ସାଇନ୍ସ ଟାଇମ୍ସ ଖବରକାଗଜକୁ କହିଛନ୍ତି, ଚନ୍ଦ୍ରଯାନ-୩ର ଅବତରଣ ସ୍ଥଳ ଚନ୍ଦ୍ରର ଦକ୍ଷିଣ ମେରୁରେ ନଥିଲା । ଚନ୍ଦ୍ରର ଦକ୍ଷିଣ ମେରୁ କେଉଁଟା ତାହାକୁ ନେଇ ଭିନ୍ନ ଭିନ୍ନ ଅବଧାରଣା ରହିଛି ବୋଲି ସେ କହିଛନ୍ତି ।
ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ଚନ୍ଦ୍ରଯାନ-୩ର ସଫଳ ଅବତରଣକୁ ନେଇ ବିଶ୍ବର ଅନ୍ୟ ବୈଜ୍ଞାନିକମାନେ ପ୍ରଶ୍ନ କିମ୍ବା ବିବାଦ କରିନାହାନ୍ତି। ଏପରିକି ନାସା ଏବଂ ୟୁରୋପୀୟ ମହାକାଶ ଏଜେନ୍ସି ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି।