
ଏହି ଅଘଟଣ ପରେ ନଦୀରେ ଭାସି ଯାଉଥିବା ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ। ଖବର ପାଇ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସମସ୍ତ ୧୦ ଜଣଙ୍କୁ ନଦୀରୁ ବାହାର କରାଯାଇ ଜୀବନ ରକ୍ଷା କରାଯାଇଛି।
ସ୍ଥାନୀୟ ଜିଲ୍ଲାପାଳଙ୍କ କହିବାନୁଯାୟୀ, ଏହି ପୋଲ ୪୦ ବର୍ଷର ପୁରୁଣା ପୋଲ। ଏହି ପୋଲ ଉପରେ ଭାରି ଯାନ ତଥା ମାଲବାହୀ ଗାଡ଼ି ଯିବାକୁ ବାରଣ କରାଯାଇଛି। ଏହାସତ୍ତ୍ୱେ ବାଲି ଭର୍ତ୍ତି ଟ୍ରକ୍ ପୋଲ ଅତିକ୍ରମ କରୁଥିଲା। ଫଳରେ ଭାର ସହି ନ ପାରି ପୋଲଟି ଭୁଶୁଡ଼ି ପଡ଼ିଛି। ସୂଚନାଯୋଗ୍ୟ, ଗୁଜରାଟର ମୋରବୀ ପୋଲ ଭୁଶୁଡିବା ପରେ ରାଜ୍ୟ ସରକାର ହାଇକୋର୍ଟକୁ ସହରାଞ୍ଚଳରେ ଥିବା ସମସ୍ତ ଛୋଟ ବଡ ପୋଲକୁ ନିରୀକ୍ଷଣ ସହିତ ପୁନଃରୁଦ୍ଧାର କରିବା ପାଇଁ କହିଥିଲେ । ମୋରବୀ ପୋଲ ଭୁଶୁଡିବା ଦୁର୍ଘଟଣାରେ ୧୩୫ ଲୋକଙ୍କ ଜୀବନ ଚାଲିଯାଇଥିଲା ।