
ଅନ୍ୟପଟେ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ ଯୁଦ୍ଧ ଲାଗି ଆମେରିକା ୧୨୮ ନିୟୁତ ଡଲାର ସହାୟତା ଦେବ ବୋଲି ଘୋଷଣା କରିଛନ୍ତି । ଏଥିସହ ଆମେରିକା ପ୍ରତିରକ୍ଷା ବିଭାଗ ମଧ୍ୟ ୟୁକ୍ରେନକୁ ୧୯୮ ନିୟୁତ ଡଲାରର ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମରିକ ଉପକରଣ ଯୋଗାଇଦେବ । ବିବିସି ରିପୋର୍ଟ ଅନୁସାରେ ଆମେରିକା ଏପର୍ଯ୍ୟନ୍ତ ୟୁକ୍ରେନକୁ ୧୧୦ ଅରବ ଡଲାର ଅର୍ଥାତ୍ ୯ଲକ୍ଷ ୧୧ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରିସାରିଛି ।